ବିବାଦ ପରେ ଗୁଟଖା କମ୍ପାନୀର ବିଜ୍ଞାପନ ଛାଡିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । କହିଲେ, ବିଜ୍ଞାପନରୁ କମାଇଥିବା ସମସ୍ତ ଅର୍ଥ ଭଲ କାର୍ଯ୍ୟ ପାଇଁ ଖର୍ଚ୍ଚ କରିବେ

Advertisment
ବିବାଦ ପରେ ଗୁଟଖା କମ୍ପାନୀର ବିଜ୍ଞାପନ ଛାଡିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । କହିଲେ, ବିଜ୍ଞାପନରୁ କମାଇଥିବା ସମସ୍ତ ଅର୍ଥ ଭଲ କାର୍ଯ୍ୟ ପାଇଁ ଖର୍ଚ୍ଚ କରିବେ

କନକ ବ୍ୟୁରୋ : ଗୁଟଖା କମ୍ପାନୀର ବିଜ୍ଞାପନ କରିବାକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ବିମଳ ଇଲାଇଚିର ବିଜ୍ଞାପନ ନ କରିବାକୁ ନିଷ୍ପତି ନେଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଏଥିପାଇଁ ଅକ୍ଷୟ ସମସ୍ତ ପ୍ରସଂଶକ ଏବଂ ଶୁଭଚିନ୍ତକଙ୍କ ଠାରୁ କ୍ଷମା ମାଗିଛନ୍ତି ।
ଅକ୍ଷୟ କହିଛନ୍ତି, ଗତ କିଛି ଦିନ ଧରି ଆପଣମାନଙ୍କର ପ୍ରତିକ୍ରିୟା ମୋତେ ପ୍ରଭାବିତ କରିଛି । ମୁଁ ଟବାକୋ ସାମଗ୍ରୀକୁ ସମର୍ଥନ କରୁନାହିଁ କିମ୍ବା କରିବି ନାହିଁ । ବିମଲ ଇଲାଇଚିରେ ମୋର ବିଜ୍ଞାପନ ଆପଣଙ୍କୁ ବ୍ୟଥିତ କରିଛି । ନମ୍ରତାର ସହ ମୁଁ ଏଥିରୁ ପଛକୁ ହଟୁଛି । ଏବଂ ସେ ଏହି ବିଜ୍ଞାପନରୁ କମାଇଥିବା ସମସ୍ତ ଅର୍ଥ ମହତ କାର୍ଯ୍ୟ ପାଇଁ ବିନିଯୋଗ କରିବେ ବୋଲି କହିଛନ୍ତି । ଅକ୍ଷୟ ଆହୁରୀ କହିଛନ୍ତି, ଚୁକ୍ତି ଅନୁଯାୟୀ କମ୍ପାନୀ ଲିଗାଲ ସମୟ ପର୍ଯ୍ୟନ୍ତ ଏହି ବିଜ୍ଞାପନ ଚଳାଇପାରନ୍ତି । କିନ୍ତୁ ମୁଁ ଭବିଷତ୍ୟରେ ଏଭଳି କାର୍ଯ୍ୟ ଯେପରି ନହୁଏ ସେଥିପ୍ରତି ଗୁରୁତ୍ୱ ଦେବି । ଏହାର ପ୍ରତିବଦଳରେ ଆପଣମାନଙ୍କ ଠାରୁ ମୁଁ ଭଲପାଇବା ଏବଂ ଶୁଭେଚ୍ଛା ଆଶା କରିବି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe