ବଲିଭିଆରେ ଖୁବ୍ ଶୀଘ୍ର ଏକ ସଂଗ୍ରହାଳୟ ତିଆରି ହେବାକୁ ଯାଉଛି। ନୂଆ କଥା ହେଉଛି ଏ ସଂଗ୍ରହାଳୟ ପାଣି ତଳେ ନିର୍ମାଣ କରାଯିବ। ଏହାକୁ ବଲିଭିଆର ପବିତ୍ର ନଦୀ ଟିଟିକାକା ଭିତରେ ତିଆରି କରାଯିବ। ଉକ୍ତ ସଂଗ୍ରହାଳୟ ପର‌୍ୟ୍ୟଟନସ୍ଥଳୀ ହେବା ସହ ପ୍ରତ୍ନତତ୍ତ୍ୱ, ଭୂତତ୍ତ୍ୱ, ଜୈବ ଗବେଷଣା କେନ୍ଦ୍ର ଭାବେ ଗଢ଼ା ହେବ। ଏପରି ସଂଗ୍ରହାଳୟ ବିଶ୍ୱରେ ପ୍ରଥମ ବୋଲି ବଲିଭିଆର ସଂସ୍କୃତି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହାକୁ ନିର୍ମାଣ କରିବା ପାଇଁ ପାଖାପାଖି ୬୯ କୋଟି ଟଙ୍କା ଖର୍ଚ୍ଚ ହେବ।

Advertisment

publive-image

ଟିଟିକାକାକୁ ବଲିଭିଆର ଲୋକମାନେ ପବିତ୍ର ବୋଲି ମାନନ୍ତି। ସେଠାକାର କିମ୍ବଦନ୍ତୀ ଅନୁସାରେ ସୂର‌୍ୟ୍ୟଙ୍କ ପୁତ୍ର ମାନ୍କୋ କାପାକ୍ ଓ ତାଙ୍କ ପତ୍ନୀ ଏ ନଦୀରୁ ବାହାରିଥିଲେ। ଟିଟିକାକା ୮,୫୦୦ ବର୍ଗ କିଲୋମିଟର ଯାଏଁ ବିସ୍ତାରିତ ଯାହା ବଲିଭିଆ ଓ ପେରୁର ଦୁଇ ସୀମାକୁ ଲାଗି ବହିଯାଉଛି। ସମୁଦ୍ର ଠାରୁ ୧୨,୫୦୦ ଫୁଟ୍ ଉଚ୍ଚତାରେ ଥିବାରୁ ଏହା ହେଉଛି ବିଶ୍ୱର ସବୁଠାରୁ ଉଚ୍ଚ ମଧୁର ଜଳ ନଦୀ। ଏ ନଦୀ ଗର୍ଭରୁ ୧୦,୦୦୦ ପ୍ରତ୍ନତାତ୍ତ୍ୱିକ ଜିନିଷ ବିଶେଷକରି ହାଡ଼ରେ ତିଆରି, ସେରାମିକ୍ ଓ ମେଟାଲ୍, ରୋଷେଇ ହେଉଥିବା ବାସନ ସହିତ ମଣିଷ ଓ ପଶୁଙ୍କ ଜୀବାଶ୍ମ ମିଳିଥିଲା। ଯାହା ଫଳରେ ଏଥିରେ ପାଣି ତଳେ ସଂଗ୍ରହାଳୟ ତିଆରି କରାଯିବା ଘୋଷଣା କରାଯାଇଥିଲା।