କନକ ବ୍ୟୁରୋ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖୋର୍ଦ୍ଧା ବୋଲଗଡ଼ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ। ୧୯ହଜାର ୨ଶହ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ଜେଇ। ବୋଲଗଡ଼ର ଖଙ୍ଗୁରିଆ ଗ୍ରାମପଂଚାୟତରେ ନିର୍ମାଣ ହୋଇଥିବା କଲଚରାଲ ସେଂଟରର ବିଲ୍ ପାସ୍ କରିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ମାଗିଥିଲେ। ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ଏହାପରେ ତାଙ୍କର ୪ଟି ଠିକଣାରେ ଚଢ଼ାଉ କରାଯାଇଛି। ରେଡ ବେଳେ ତାଙ୍କ ସରକାରୀ ବାସଭବନରୁ ୨ଲକ୍ଷ ୧୬ହଜାର ୯ଶହ ଟଙ୍କା ଜବତ କରାଯାଇଛି। କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ କରୁଛି।