କନକ ବ୍ୟୁରୋ: ଜଗନ୍ନାଥ ଦର୍ଶନ ସାରି ପୁରୀରୁ ଫେରିବା ବେଳେ ଅଘଟଣ । ଭଦ୍ରକ ଆରଡି ଛକ ନିକଟରେ ବୋଲେରୋ ଓ ହାଇୱା ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ମୃତ ଛଅ ଜଣ ଗୁରୁତର ଆହତ । ୪ ଜଣ ଗୁରୁତରଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୨ ଆହତ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ ପୁରୀରୁ ଦର୍ଶନ ସାରି ଏକ ବୋଲେରୋରେ ବାହାନଗା ଗୋପାଳପୁରକୁ ଫେରୁଥିଲେ ଶ୍ରଦ୍ଧାଳୁ । ବିଳମ୍ବିତ ରାତିରେ ୧୬ ନଂବର ଜାତୀୟ ରାଜପଥର ଆରଡି ଛକ ନିକଟରେ ସାମ୍ନାପଟୁ ଆସୁଥିବା ଏକ ହାଇୱା ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ହାଇୱା ଫେରାର ହୋଇଯାଇଛି । ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଶିଶୁ ଓ ଦୁଇ ମହିଳା ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଭଦ୍ରକ ଗ୍ରାମାଂଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ବୋଲେରୋକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/acc-2.jpg)