ବୋଲେରୋ ବାଇକ ମୁହାଁମୁହିଁ ଧକ୍କା । କୁଜଙ୍ଗ ସନ୍ତରାଗଡା ନିକଟରେ ଦୁଇ ଆଇଓସିଏଲ କର୍ମଚାରୀଙ୍କ ଦୁର୍ଘଟଣାସ୍ଥଳରେ ମୃତ୍ୟୁ ।
କନକ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକାଳରେ ଚାଲିଗଲା ୨ଜଣଙ୍କ ଜୀବନ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସନ୍ତରା ଗଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତ୍ରିରେ ବାଇକ ସହ ବୋଲେରୋ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତକ ୨ଜଣ ହେଲେ ଆଇଓସିଏଲର କର୍ମଚାରୀ । ଜଣଙ୍କର ନାଁ କୈବଲ୍ୟ ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦୁଝର ଜିଲ୍ଲା କଂଟା ଗାଁର ବିଶ୍ୱଜିତ ନାୟକ । ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି କୁଜଙ୍ଗ ହସ୍ପିଟାଲରେ ଭର୍ତି କରଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।