କନକ ବ୍ୟୁରୋ: କୁହୁଡି ହେଲା କାଳ । ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବୋଲେରୋ । ଗଞ୍ଜାମ ଖଲ୍ଲିକୋଟରେ ଏହି ସଡ଼କ ଦୁର୍ଘଟଣା ହୋଇଛି । ମାଲକାନଗିରି ବାଲିମେଳାରୁ ପୁରୀ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ସିଙ୍ଗଡାପଲ୍ଲୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ବୋଲେରୋରେ ଥିବା ୧୦ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି ।
କୁହୁଡି ହେଲା କାଳ । ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୧୦ ଜଣ ଗୁରୁତର
/kanak/media/post_attachments/wp-content/uploads/2024/02/vlcsnap-2024-02-29-08h11m18s043.png)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)