ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ବୋଲବମ୍ ହରହର ବମ୍ ଧ୍ୱନିରେ ପ୍ରକମ୍ପିତ ଶୈବପୀଠ

449

କନକ ବ୍ୟୁରୋ: ଆଜି ହେଉଛି ଶ୍ରାବଣର ପ୍ରଥମ ସୋମବାର ।ରାଜ୍ୟର ବିଭିନ୍ନ ଶୈବପୀଠକୁ ଛୁଟୁଛି କାଉଡିଆଙ୍କ ଭିଡ । ଜଳାଶୟ ଗୁଡ଼ିକରୁ ପାଣି ଉଠାଇ ଶ୍ରଦ୍ଧାଳୁମାନେ ବିଭିନ୍ନ ଶିବ ମନ୍ଦିରରେ ପାଣି ଢ଼ାଲୁଛନ୍ତି । ଶ୍ରାବଣ ମାସର ପ୍ରଥମ ସୋମବାରକୁ ଦୃଷ୍ଟିରେ ରଖି କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୋର୍ ୩ଟାରୁ ମନ୍ଦିର ଫିଟା ଯାଇଥିବା ବେଳେ ଧିରେ ଧିରେ ଶ୍ରଦ୍ଧାଳୁଙ୍କ ଭିଡି ବଢ଼ିବାରେ ଲାଗିଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ନିକଟରେ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି ।

ଶ୍ରଦ୍ଧା ଓ ଭକ୍ତିର ସହ ନିଜ ମନସ୍କାମନା ପୂରଣ ପାଇଁ ବିଭିନ୍ନ ନଦୀ ଓ ଜଳାଶୟରୁ ପବିତ୍ର ଜଳ ଭାର ଆଣି ଭୋଳା ଶଙ୍କରଙ୍କୁ ଜଳ ଲାଗି କରୁଛନ୍ତି ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଶିବଲିଙ୍ଗରେ ପାଣି ଢ଼ାଳିଲେ କୋଟି ପୂଣ୍ୟ ମିଳିଥାଏ ।ବିଶେଷ କରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଲୋକନାଥ ପୀଠ ସମେତ ରାଜ୍ୟର ଅନ୍ୟ ଶୈବପୀଠଗୁଡିକରେ ଲାଗିଛି କାଉଡିଆଙ୍କ ଭିଡ । ସେହିଭଳି କଟକର ଧବେଶ୍ୱଳର, ନୟାଗଡ଼ର ଲଡୁବାବା, ଭଦ୍ରକର ଆରଡ଼ି ଏବଂ ଢେଙ୍କାନାଳର କପିଳାସ ପୀଠ ସମେତ ରାଜ୍ୟର ସମସ୍ତ ପ୍ରମୁଖ ଶିବ ମନ୍ଦିରରେ କାଉଡ଼ିମାନେ ଜଳଲାଗି କରୁଛନ୍ତି । ସବୁଠି ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଜଳ ଲାଗି ପାଇଁ ବ୍ୟବସ୍ଥା କରାଯାଇଛି ।