କରୋନା ପାଇଁ ଏବର୍ଷ ବି ବନ୍ଦ ହେଲା ବୋଲବମ୍ ଯାତ୍ରା । ସଂକ୍ରମଣକୁ ଆଖି ଆଗରେ ରଖି ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର ।

137

କନକ ବ୍ୟୁରୋ: କରୋନା ପାଇଁ ଏବର୍ଷ ବି ବନ୍ଦ ହେଲା ବୋଲବମ ଯାତ୍ରା । ରାଜ୍ୟ ସରକାର ଚଳିତ ବର୍ଷ ପାଇଁ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି । ସ୍ପେଶାଲ୍ ରିଲିଫ୍ କମିସନର ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିବା ସହିତ ଶ୍ରାବଣ ମାସରେ କୌଣସି କାଉଡିଆ ଭକ୍ତ ପାଣିଭାର ନେଇପାରିବେ ନାହିଁ ବୋଲି କୁହାଯାଇଛି । ଅନ୍ୟପଟେ କୌଣସି ମନ୍ଦିରରେ ମଧ୍ୟ କାଉଡିଆ ଭକ୍ତମାନେ ଜଳାଭିଷେକ କରିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସାରା ଦେଶରେ ଏବେ କରୋନା ସଂକ୍ରମଣ ତଳମୁହାଁ ହୋଇଥିଲେ ବି ସରକାର ସତର୍କତା ଜାରି ରଖିଛନ୍ତିି । ଅନୁରୂପ ଭାବେ ଓଡିଶାରେ ମଧ୍ୟ କିଛି ଜିଲ୍ଲାରେ ସଂକ୍ରମଣ କମିଥିଲେ ହେଁ, ବାକି କିଛି ଜିଲ୍ଲାରେ ସଂକ୍ରମଣ କମିନାହିଁ । ତେଣୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ।