କନକ ବ୍ୟୁରୋ: କରୋନା ପାଇଁ ଏବର୍ଷ ବି ବନ୍ଦ ହେଲା ବୋଲବମ ଯାତ୍ରା । ରାଜ୍ୟ ସରକାର ଚଳିତ ବର୍ଷ ପାଇଁ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି । ସ୍ପେଶାଲ୍ ରିଲିଫ୍ କମିସନର ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିବା ସହିତ ଶ୍ରାବଣ ମାସରେ କୌଣସି କାଉଡିଆ ଭକ୍ତ ପାଣିଭାର ନେଇପାରିବେ ନାହିଁ ବୋଲି କୁହାଯାଇଛି । ଅନ୍ୟପଟେ କୌଣସି ମନ୍ଦିରରେ ମଧ୍ୟ କାଉଡିଆ ଭକ୍ତମାନେ ଜଳାଭିଷେକ କରିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
କରୋନା ପାଇଁ ଏବର୍ଷ ବି ବନ୍ଦ ହେଲା ବୋଲବମ ଯାତ୍ରା । ରାଜ୍ୟ ସରକାର ଚଳିତ ବର୍ଷ ପାଇଁ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି । #KanakNews#BREAKINGpic.twitter.com/cSIQWBG2jQ
— Kanak News (@kanak_news) July 13, 2021
ସାରା ଦେଶରେ ଏବେ କରୋନା ସଂକ୍ରମଣ ତଳମୁହାଁ ହୋଇଥିଲେ ବି ସରକାର ସତର୍କତା ଜାରି ରଖିଛନ୍ତିି । ଅନୁରୂପ ଭାବେ ଓଡିଶାରେ ମଧ୍ୟ କିଛି ଜିଲ୍ଲାରେ ସଂକ୍ରମଣ କମିଥିଲେ ହେଁ, ବାକି କିଛି ଜିଲ୍ଲାରେ ସଂକ୍ରମଣ କମିନାହିଁ । ତେଣୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/9-14.jpg)