ବଲାଙ୍ଗିର ପରଧିଆପାଲି ଗାଁରେ ଯୁବତୀଙ୍କୁ ଚୁଟିକାଟି ଅସଦାଚାରଣ ମାମଲା : ସନ୍ଦେହରେ ଅଟକ ଯୁବକଙ୍କୁ ପୁଲିସର ନିସ୍ତୁକ ମାଡ ଅଭିଯୋଗ

34

କନକ ବ୍ୟୁରୋ : ବଲାଙ୍ଗିର ପରଧିଆପାଲି ଗାଁରେ ଆଦିବାସୀ ଯୁବତୀଙ୍କୁ ଚୁଟିକାଟି ଅସଦାଚାରଣ ମାମଲା । ସନ୍ଦେହରେ  ଅଟକ ଯୁବକଙ୍କୁ ପୁଲିସ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ପୁଲିସ ମାଡରେ ଗୁରୁତର ତ୍ରିନାଥ ବେହେରାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ମୋବାଇଲ ଚୋରୀ ଅଭିଯୋଗରେ ଯୁବତୀଙ୍କୁ ଘରକୁ ଡାକି ଅସଦାଚାରଣ କରିବା ସହ ଚୁଟିକାଟି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ବଲାଙ୍ଗିର ସଦର ଥାନାରେ ଏନେଇ ପୀଡିତାଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ କରୁଥିବା ପୁଲିସ ତ୍ରିନାଥଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଥିଲା । ଏହି ପଚରାଉଚରା ସମୟରେ ଯୁବକଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –