କନକ ବ୍ୟୁରୋ : ବଲାଙ୍ଗିର ପରଧିଆପାଲି ଗାଁରେ ଆଦିବାସୀ ଯୁବତୀଙ୍କୁ ଚୁଟିକାଟି ଅସଦାଚାରଣ ମାମଲା । ସନ୍ଦେହରେ ଅଟକ ଯୁବକଙ୍କୁ ପୁଲିସ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ପୁଲିସ ମାଡରେ ଗୁରୁତର ତ୍ରିନାଥ ବେହେରାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।
ମୋବାଇଲ ଚୋରୀ ଅଭିଯୋଗରେ ଯୁବତୀଙ୍କୁ ଘରକୁ ଡାକି ଅସଦାଚାରଣ କରିବା ସହ ଚୁଟିକାଟି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ବଲାଙ୍ଗିର ସଦର ଥାନାରେ ଏନେଇ ପୀଡିତାଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ କରୁଥିବା ପୁଲିସ ତ୍ରିନାଥଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଥିଲା । ଏହି ପଚରାଉଚରା ସମୟରେ ଯୁବକଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/bolangiri-1.jpg)