ଆଉ ନିର୍ବାଚନ ଲଢିବେନି ନରସିଂହ ମିଶ୍ର । ବଲାଙ୍ଗୀରରେ ଜନତା ଦରବାରରେ ଘୋଷଣା କଲେ ବଲାଙ୍ଗିର ବିଧାୟକ

Advertisment
ଆଉ ନିର୍ବାଚନ ଲଢିବେନି ନରସିଂହ ମିଶ୍ର । ବଲାଙ୍ଗୀରରେ ଜନତା ଦରବାରରେ ଘୋଷଣା କଲେ ବଲାଙ୍ଗିର ବିଧାୟକ

କନକ ବ୍ୟୁରୋ : ଆଗାମୀ ନିର୍ବାଚନ ଲଢିବେ ନାହିଁ ବଲାଙ୍ଗୀର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ତେବେ ରାଜନୀତି ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ନରସିଂହ । ବଲାଙ୍ଗୀରରେ ଡାକିଥିବା ଜନତା ଦରବାରରେ ସେ ଏହି ଘୋଷଣା କରିଛନ୍ତି । ଆଗାମୀ ୫ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନରେ ପ୍ରସଙ୍ଗ ଉଠାଯିବା ନେଇ ସେ ଲୋକଙ୍କ ସହ ଆଲୋଚନା କରିବାକୁ ବଲାଙ୍ଗୀରର ଏକ ଘରୋଇ ହୋଟେଲରେ ଦରବାର ଡାକିଥିଲେ । ଏଥିରେ ନରସିଂହ ଘୋଷଣା କରିଛନ୍ତି, ବିଧାୟକ ହିସାବରେ ଏହା ହେଉଛି ତାଙ୍କ ଶେଷ ଜନତା ଦରବାର । ସେ ଆଉ ନିର୍ବାଚନ ଲଢିବେ ନାହିଁ କିନ୍ତୁ ରାଜନୀତି କରିବେ ବୋଲି କହିଛନ୍ତି ନରସିଂହ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe