ବାଲାଙ୍ଗୀରରେ ଅଭାବନୀୟ କାଣ୍ଡ: ଝିଅକୁ ଜାଳିଲା ବାପା; ଅଭିଯୋଗ ଆଣିଲେ ମାମୁଁଘର ଲୋକେ, ଗୁରୁତର ଅବସ୍ଥାରେ ମେଡିକାଲରେ ନାବାଳିକା

162

କନକ ବ୍ୟୁରୋ: ନାବାଳିକା ଝିଅକୁ ପୋଡି ହତ୍ୟା ଉଦ୍ୟମ । ବାପାଙ୍କ ନାଁରେ ଅଭିଯୋଗ ଆଣିଲେ ମାମୁଁଘର ଲୋକ । ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଡେବ୍ରିପାଲି ଗାଁରେ ଘଟିଛି ଏହି ଘଟଣା । ନାବାଳିକାକୁ କିରୋସିନ ଢାଳି ପୋଡି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି । ସେପଟେ ଝିଅର ମାମୁଁଘର ଲୋକେ ଏପରି କାଣ୍ଡ ପଛରେ ବାପା ଅରକ୍ଷିତ ନାଗଙ୍କ ହାତ ରହିଛି ବୋଲି ଅଭିଯୋଗ ଆଣିଛନ୍ତି ।

ଅରକ୍ଷିତ ଦୁଇଟି ସ୍ତ୍ରୀ ବାହା ହୋଇଥିବା ବେଳେ, ପୋଡି ହତ୍ୟା ଉଦ୍ୟମ କରାଯାଇଥିବା ନାବଳିକା ଜଣକ ହେଉଛନ୍ତି ପ୍ରଥମ ସ୍ତ୍ରୀଙ୍କ ଝିଅ । ତେବେ ଛୋଟବେଳୁ ସେ ମାମୁଁ ଘରେ ରହିଆସୁଥିଲେ ।  ଗତ କିଛି ମାସ ପୂର୍ବରୁ ଗାଁରେ ବୈଠକ ବସି ବାପା ପାଖରେ ରହିଆସୁଥିଲେ ନାବାଳିକା ଝିଅ । ହେଲେ ବାପା ଘରେ ଝିଅକୁ ରଖିବାକୁ ଚାହୁଁନଥିବା କାରଣରୁ ଏଭଳି ହତ୍ୟା ଉଦ୍ୟମ କରିଥିବା କହିଛନ୍ତି ନାବାଳିକା ଝିଅର ମାମୁଁଘର ଲୋକେ । ସେପଟେ ମେଡିକାଲରେ ନାବାଳିକାର ଅବସ୍ଥା ଗୁରୁତର ରହିଛି ।