କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉବେଳେ ପାହାଡ ଭଳି ଟଙ୍କା ମିଳିବାର ଦୃଶ୍ୟ ଆପଣ ଦେଖୁଥିଲେ । ସେହି ଟଙ୍କାର ଗଣତି ଚାଲିଛି । ତେବେ ଏହି ଚଢ଼ାଉବେଳେ ବିଭିନ୍ନ ଠିକଣାରୁ ମିଳିଥିବା ଲାଲ ଡାଏରିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଏହି ଡାଏରୀରେ ରହିଛି କଳା ଟଙ୍କା କାରବାରର ଅନେକ ରହସ୍ୟ । ଆଉ କେଉଁମାନେ ଏହି ବେଆଇନ କାରବାର ପାଇଁ ମଦ ବ୍ୟବସାୟୀଙ୍କ ସହଯୋଗ କରୁଥିଲେ । ସବୁ ଜାଣି ମଧ୍ୟ ମାସିକିଆ ଟଙ୍କା ନେଇ ଚୁପ ରହୁଥିଲେ । ଆଉ ଯେଉଁମାନେ ମାସିକିଆ ଟଙ୍କା ନେଉଥିଲେ ସେମାନଙ୍କ ଛାତିରେ ଏବେ ଛନକା ପଶିଛି ।

Advertisment

ଲାଲ ଡାଏରୀରେ କାହାର ନାଁ?
- ରେଡ୍ ବେଳେ ଜବତ ହୋଇଛି ନାଲି ଡାଏରୀ
- ମଦ ଭାଟିରେ ଚଢାଉ ବେଳେ ମିଳିଛି ଡାଏରୀ
- ଡାଏରୀରେ ଲେଖା ଅଛି, କାହାକୁ ଦିଆଯାଏ କେତେ ଟଙ୍କା
- ଡାଏରୀରେ ରହିଛି ଅଧିକାରୀଙ୍କ ନାଁ
- ପୋଲିସ କର୍ମଚାରୀଙ୍କ ନାଁ ଥିବା ସୂଚନା
- ରାଜନେତା, କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ନାଁ
- ବେଆଇନ କାରବାର ପାଇଁ ନେଇଥାନ୍ତି ମାସିକିଆ ବଟି
- ଡାଏରୀର ତଥ୍ୟ ଅଧାରରେ ଆୟକର ବିଭାଗର ତଦନ୍ତ
- ଖୁବ୍ ଶୀଘ୍ର ସାମ୍ନାକୁ ଆସିପାରେ ବଟି ନେଉଥିଲା ଲୋକଙ୍କ ନାଁ