ଅଧସ୍ଥନ କର୍ମଚାରୀଙ୍କ ଉପରେ ଅଫିସର ଲୋଲୁପ ଦୃଷ୍ଟି: ବଡବାବୁଙ୍କ ନାଁରେ ଯୌନ କେଳେଙ୍ଗାରୀ ଅଭିଯୋଗ ଆଣିଲେ ମହିଳା କିରାଣୀ; ବଲାଙ୍ଗୀର ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ରଙ୍କ ନାଁରେ ଥାନାରେ କଲେ ଲିଖିତ ଅଭିଯୋଗ

740

କନକ ବ୍ୟୁରୋ: ପୁଣି ବିବାଦରେ  ଓଏଏସ ଅଧିକାରୀ ।  ବାଲିଆପାଳ ବିଡିଓଙ୍କ ପରେ  ଏବେ ଚର୍ଚ୍ଚାରେ  ବାହନଗା ବିଡିଓ ରଘୁନାଥ ପାଣିଗ୍ରାହୀ ।  ସଂପୃକ୍ତ ବିଡିଓ ଜଣେ ଲୋକଙ୍କୁ ଦୁର୍ବ୍ୟବହାର ସହ ଧମକ ଦେଉଥିବାର ଏକ ଭିଡିଓ ଭାଇରାଲ ହେବାରେ  ଲାଗିଛି ।  ବାହନଗା ବ୍ଲକ ପରିସରରେ ଜନଶୁଣାଣୀ  ସମୟରେ  ଏହି ଘଟଣା ଦେଖିବାକୁ ମିଳିଛି ।

ଅଫିସ ପରିସରରେ  ଏଭଳି ଜଣଶୁଣାଣି ଚାଲିଥିବାବେଳେ  ବିଡିଓ ଓ ଜଣେ ବ୍ୟକ୍ତିଙ୍କ ମଧ୍ୟରେ  ବଚସା ଆରମ୍ଭ ହୋଇଥିଲା ।  ତେବେ ଏଥିରେ ବିଡିଓ ଉତକ୍ଷିପ୍ତ ହୋଇ  ଜଣେ ବ୍ୟକ୍ତିଙ୍କୁ ଅଙ୍ଗୁଳି ଦେଖାଉଥିବା ସହ ଗାଳିଗୁଳଜ କରିଥିବା  ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ଗତ ସପ୍ତାହର ବୋଲି ଜଣାପଡିଛି  । ତେବେ ଗଣ୍ଡଗୋଳ କେଉଁ କାରଣରୁ ହୋଇଥିଲା  ତାହା ଜଣାପଡିନାହିଁ । ତେବେ ଘଟଣା ସମ୍ପର୍କରେ ବାହାନାଗା ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.