କନକ ବ୍ୟୁରୋ: ପୁଣି ବିବାଦରେ ଓଏଏସ ଅଧିକାରୀ । ବାଲିଆପାଳ ବିଡିଓଙ୍କ ପରେ ଏବେ ଚର୍ଚ୍ଚାରେ ବାହନଗା ବିଡିଓ ରଘୁନାଥ ପାଣିଗ୍ରାହୀ । ସଂପୃକ୍ତ ବିଡିଓ ଜଣେ ଲୋକଙ୍କୁ ଦୁର୍ବ୍ୟବହାର ସହ ଧମକ ଦେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ବାହନଗା ବ୍ଲକ ପରିସରରେ ଜନଶୁଣାଣୀ ସମୟରେ ଏହି ଘଟଣା ଦେଖିବାକୁ ମିଳିଛି ।
ଅଫିସ ପରିସରରେ ଏଭଳି ଜଣଶୁଣାଣି ଚାଲିଥିବାବେଳେ ବିଡିଓ ଓ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ତେବେ ଏଥିରେ ବିଡିଓ ଉତକ୍ଷିପ୍ତ ହୋଇ ଜଣେ ବ୍ୟକ୍ତିଙ୍କୁ ଅଙ୍ଗୁଳି ଦେଖାଉଥିବା ସହ ଗାଳିଗୁଳଜ କରିଥିବା ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ଗତ ସପ୍ତାହର ବୋଲି ଜଣାପଡିଛି । ତେବେ ଗଣ୍ଡଗୋଳ କେଉଁ କାରଣରୁ ହୋଇଥିଲା ତାହା ଜଣାପଡିନାହିଁ । ତେବେ ଘଟଣା ସମ୍ପର୍କରେ ବାହାନାଗା ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/8-7.jpg)