ବଲାଙ୍ଗୀର : ବଲାଙ୍ଗୀରରେ ଏହି ଅଭାବନୀୟ ଦୃଶ୍ୟ ପୁଣି ଥରେ ସମସ୍ତଙ୍କୁ ବିଚଳିତ କରିଛି । ବଂଚିଥିବା କଥା ଛାଡନ୍ତୁ, ମୃତ୍ୟୁ ପରେ ବି ମିଳୁନି ଗରିବଙ୍କୁ ସମ୍ମାନ। ମୃତଦେହକୁ ବି କରାଯାଉଛି ହତାଦର।
ଅଳିଆ ଗାଡିରେ ବୁହା ହେଉଛି ମୃତଦେହ। ଜଣେ ବୃଦ୍ଧଙ୍କ ଶବ । ଯିଏ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ମୃତଦେହ ଜିଆରପିକୁ ହସ୍ତାନ୍ତର ହେବା ପରେ ଆସିଥିଲା ବଲାଙ୍ଗୀର ହସପିଟାଲକୁ। ସେଠାରେ ମର୍ଗ ନଥିଲା। ଶେଷକୁ ମୁନିସପାଲିଟି ଅଳିଆ ବୁହା ଗାଡିରେ ଲଦା ହେଲା ଶବ। ଏହିପରି ହିନସ୍ତା ହୋଇଥିଲା ଜଣେ ଗରିବ ବୃଦ୍ଧଙ୍କ ମୃତଦେହ। ଯାହା ବ୍ୟଥିତ କରିଛି ବଲାଙ୍ଗୀରର ବୁଦ୍ଧିଜୀବୀଙ୍କୁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/vlcsnap-2016-08-18-12h14m36s777.png)