ଥଣ୍ଡାପାନୀୟ ନା ଜହର : ବଲାଙ୍ଗୀର ବଜାରରେ ଖୁଲମଖୁଲା ବିକ୍ରି ହେଉଛି ଏକ୍ସପାଏରି ହୋଇଯାଇଥିବା କୋଲଡ୍ରିଙ୍କସ

87

କନକ ବ୍ୟୁରୋ : ବଢୁଛି ତାପମାତ୍ରା । ଖରାରୁ ସାମନ୍ୟ ମୁକ୍ତି ପାଇଁ ଲୋକ ମାନେ ସାଧାରଣତ ଥଣ୍ଡା ପାନୀୟ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ବଜାରରେ ମିଳୁଛି ଏକ୍ସପାଏରି ନଥିବା ଥଣ୍ଡା ପାନୀୟ । ଯାହା ଲୋକଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ । ବଲାଙ୍ଗିର ଜିଲ୍ଲାରେ ଏଭଳି ଏକ୍ସପାଏରି ନଥିବା ଥଣ୍ଡା ପାନୀୟ ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଏନେଇ କଂମ୍ପାନୀ ବିରୋଧରେ ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ସେପଟେ ଏସବୁ ଥଣ୍ଡାକୁ ବଜାରରୁ ଫେରାଇ ନେଇଛୁ ବୋଲି କହିଛନ୍ତି କଂମ୍ପାନୀର ଏରିଆ ମ୍ୟାନେଜର ।

ଜିଲ୍ଲାରେ ଥଣ୍ଡା ପାନୀୟ ବିକ୍ରି ପାଇଁ ଗୋଟିଏ ଷ୍ଟକିସ୍ ରହିଥିବା ବେଳେ ବ୍ଳକ ଏବଂ ଗାଁ ମାନଙ୍କରେ ମଧ୍ୟ ଗୋଟିଏ ଲେଖାଏ ଷ୍ଟକିସ ଜରିଆରେ ଥଣ୍ଡା ପାନୀୟ ଯୋଗାଇ ଦିଆଯାଏ । ମାସକୁ ପ୍ରାୟ ୧୦ଲକ୍ଷ ଛୋଟ ବଡ଼ ବୋତଲ ପିଇଥାନ୍ତି ସାଧାରଣ ଲୋକ । ଏପଟେ ଏହି ଘଟଣାର ତଦନ୍ତ ପାଇଁ ତନ୍ତ୍ର ଟିମ ଗଠନ କରାଯାଇଥିବା ଜିଲ୍ଳାପାଳ କହିଛନ୍ତି ।
କମ୍ପାନୀର ସାମାନ୍ୟ ଦାୟିତ୍ୱହୀନତା ଯୋଗୁ ହୁଏତ କେତେବେଳେ କାହାକୁ କ୍ଷତି ପହଚିଂପାରେ । ଏସବୁ ପ୍ରତି କମ୍ପାନୀ ଦୃଷ୍ଟି ଦେବା ନିହାତି ଜରୁରୀ ।

ଦେଖନ୍ତୁ ଏହି ଭିଡିଓ –