ଆୟ ବର୍ହିଭୁତ ସମ୍ପତି ଠୁଅ ଅଭିଯୋଗରେ ପୂର୍ବତନ ଏଫସିଆଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବଲାଙ୍ଗୀରରେ ଥିବା ୪ଟି ବାସଭବନରେ ଚାଲିଛି ରେଡ

192

କନକ ବ୍ୟୁରୋ : ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପୂର୍ବତନ ଏଫସିଆଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବଲାଙ୍ଗୀରରେ ଥିବା ୪ଟି ବାସଭବନରେ ଚାଲିଛି ରେଡ । ଓଡ଼ିଶା ଷ୍ଟେଟ ୱେରହାଉସ କର୍ପୋରେସନର ଅବସରପ୍ରାପ୍ତ ଅଧ୍ୟକ୍ଷ ଥିଲେ ଗଣପତି ପୁରୋହିତ । ବଲାଙ୍ଗୀର ସହରର ରାଜେନ୍ଦ୍ରପଡାର ପୈତୃକ ଘର, ପେଲେସଲାଇନର ୨ଟି ନବନିର୍ମିତ କୋଠାରେ ଏକାସାଙ୍ଗରେ ଚଢ଼ାଉ ଚାଲିଛି । ଚଢ଼ାଉରେ ସମ୍ବଲପୁର, ସୋନପୁର, ବରଗଡ଼ ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି । ପୂର୍ବରୁ ମଧ୍ୟ ୨୦୦୯ ମସିହାରେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।