ବଲାଙ୍ଗୀର ପୁଇଁତଳା ବ୍ଲକ୍ କ୍ୟାସିୟରଙ୍କ ଘରେ ଭିଜିଲାନ୍ସ ଚଢାଉ : ଏକକାଳୀନ ୫ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ

176

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । କ୍ୟାସିୟର ରବୀନ୍ଦ୍ର କୁମାର ମହାନ୍ତିଙ୍କ ସାଗରପଡା ଘର, ତୁଷୁରା ଓ ଡୁଙ୍ଗୁରୀପାଲି ଗାଁରେ ଥିବା ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି । ବଲାଙ୍ଗୀର, ସମ୍ବଲପୁର ଓ ବରଗଡ ଭିଜିଲାନ୍ସର ୩ଜଣ ଡିଏସପିଙ୍କୁ ନେଇ ୫ଟି ଟିମ ମିଳିତ ଭାବେ ଏହି ଚଢାଉ କରିଛି । ଚଢାଉ ବେଳେ ୮ଲକ୍ଷ ୬ହଜାର ୭ଶହ ଟଙ୍କା, ଦୁଇଟି ବାଇକ ଓ ଦୁଇଟି ଚାରିଚକିଆ ଯାନ ଜବତ କରାଯାଇଛି । ଏହାସହ ରବୀନ୍ଦ୍ର କୁମାର ମହାନ୍ତିଙ୍କ ୩ଟି କୋଠା ଓ ୯ଟି ପ୍ଲଟ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ।