କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାରେ ପଂଚାୟତ ଲଢେଇର ଫଳାଫଳ ନିର୍ଣ୍ଣୟ କରିବ କି ଆଦିବାସୀ ଭୋଟ୍ ? କାରଣ ଜିଲ୍ଲାରେ ପ୍ରାୟ ୨୩% ଆଦିବାସୀ ଥିବାବେଳେ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ମାସେ ତଳେ ସଂରକ୍ଷଣ ତାଲିକାକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଗର୍ଜଥିଲେ ଆଦିବାସୀ ସଂପ୍ରଦାୟ । ଏବେ ପ୍ରାର୍ଥୀମାନେ ଭୋଟ୍ ମାଗିବାକୁ ଗଲାବେଳେ ମଧ୍ୟ ବିରୋଧର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ବର୍ଗର ଭୋଟ୍ କାହା ପାଖକୁ ଯିବ ତାକୁ ନେଇ ଆରମ୍ଭ ହୋଇଛି ଅଂକକଷା ।

Advertisment

- ବଲାଙ୍ଗୀରରେ ୧୪ଟି ବ୍ଲକରୁ ୩ଟି ଆଦିବାସୀଙ୍କ ପାଇଁ ସଂରକ୍ଷିତ କରିବାକୁ ଦାବି ହୋଇଥିଲା
- ୩୪ଟି ଜିଲ୍ଲା ପରିଷଦ ଜୋନରୁ ୮ଟି ସଂରକ୍ଷିତ ରଖିବାକୁ ଦାବି କରିଥିଲେ ଆଦିବାସୀ
- ଦାବି ପୂରଣ ନହେବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ଆଦିବାସୀ ସଂପ୍ରଦାୟ
- ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କୁ ସାମାଜିକ ବାସନ୍ଦ ଆରମ୍ଭ କରିଛନ୍ତି ଆଦିବାସୀ ଭୋଟର
- ଗତ ପଂଚାୟତ ନିର୍ବାଚନରେ ସର୍ବାଧିକ ୨୩ଟି ଜିଲ୍ଲା ପରିଷଦ ଜୋନ୍ ହାତେଇ ଥିଲା ବିଜେପି
- ଏଥର ପଂଚାୟତ ଲଢେଇରେ ବିଜେପି ଶିବିରରେ ସେତେଟା ଉତ୍ସାହ ଦେଖା ଯାଉନାହିଁ
- ମୋଦୀ ସରକାରରରେ ଅଦିବାସୀ ଓ ଦଳିତଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ବିଜେପି କହୁଛି
- ସେପଟେ ସରକାରଙ୍କ ଲୋକପ୍ରିୟ ଯୋଜନା ଆଧାରରେ ଜିତିବାକୁ ଦମ୍ଭ ଦେଖାଉଛି ବିଜେଡି
- ବିଜେପି ଓ ବିଜେଡି ପ୍ରତାରିତ କରିଥିବା କହି ଆଦିବାସୀଙ୍କ ସମର୍ଥନ ହାସଲ ଲକ୍ଷ୍ୟରେ କଂଗ୍ରେସ
- ପ୍ରାୟ ଏକ ତୃତୀୟାଂଶ ଆଦିବାସୀ ଭୋଟର ଥିବାରୁ ସେମାନଙ୍କ ସମର୍ଥନ ହୋଇପାରେ ନିର୍ଣ୍ଣାୟକ