ରାଜନୈତିକ ଶତ୍ରୁତାକୁ ନେଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନାରେ ଅଭିଯୋଗ ଏପରି ଅଭିଯୋଗ କରିଛନ୍ତି ପରିବାର ଲୋକେ । ମହୁଲପାଟି ପଂଚାୟତର ପୂର୍ବତନ ସରପଂଚ ଦୀଲିପ କୁମାର ସାହୁଙ୍କ ମୃତଦେହ ତୁରେକେଲା ଷ୍ଟେସନ ରାସ୍ତାରୁ ଉଦ୍ଧାର କରାଯାଇଛି । ଦୀଲିପ ବାଇକରେ ଷ୍ଟେସନ ଆଡକୁ ଆସୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଥାନାରେ ଏତଲା ପରେ ତୁରେକେଲା ପୁଲିସ ଓ କଣ୍ଟାବାଞ୍ଜି ଏସଡିପିଓ ଘଟଣାର ଛାନଭିନ ଆରମ୍ଭ କରିଛନ୍ତି । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ସନ୍ଦେହରେ ପୁଲିସ ୨ଜଣଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖିଛି । ମହୁଲପାଟି ପଞ୍ଚାୟତର ସରପଞ୍ଚ ଦୁର୍ନୀତି କରୁଥିବା ନେଇ ଦୀଲିପ ଅଭିଯୋଗ କରିଆସୁଥିଲେ । ଯାହା ଫଳରେ ଦିଲୀପ ଓ ବର୍ତମାନର ସରପଞ୍ଚଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ବଢିଥିଲା । ସେଇଥିପାଇଁ ଦିଲୀପକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us