କନକ ବ୍ୟୁରୋ: ବର୍ଷକ ତଳେ ବଲାଙ୍ଗୀର – ଖୋର୍ଦ୍ଧା ରେଳପଥର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁଭାରମ୍ଭ ପରେ ବଲାଙ୍ଗୀରରୁ ବିଛୁପାଲି ପର୍ଯ୍ୟନ୍ତ ରେଳପଥର ଗଡିଥିଲା ଟ୍ରେନ୍ । ତେବେ ବର୍ଷକ ତଳେ କାର୍ଯ୍ୟ ଯେଉଁଠି ଥିଲା ସେଇଠି ଅଟକି ଯାଇଛି । ଏହି ରେଳପଥର କାର୍ଯ୍ୟ ଆଉ ଆଗକୁ ଆଗେଇ ପାରିନି । ତେଣୁ ଏହାକୁ ନେଇ ସ୍ଥାନୀୟ ଲୋକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସ୍ଥାନୀୟବାସିନ୍ଦା ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ଆଉ କହିଛନ୍ତି କି, ଏହା ଭୋଟ୍ ହାତେଇବା ଲାଗି ମୋଦିଙ୍କର ଏକ ରାଜନୈତିକ ଷ୍ଟଂଟ ସୋ ଥିଲା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଉ କିଛି ସ୍ଥାନୀୟବାସିନ୍ଦା । ତେବେ ଖୁବ୍ ଶୀଘ୍ର ବଲାଙ୍ଗୀର- ଖୋର୍ଦ୍ଧା ରେଳପଥର ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ ସମସ୍ତେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/BOLANGIR.jpg)