କନକ ବ୍ୟୁରୋ: ଚାଲିଛି ବାଉଁଶ ବିଞ୍ଚଣା ପ୍ରସ୍ତୁତି । ଭଳିକି ଭଳି ରଙ୍ଗ ଦେଇ ମନପ୍ରାଣ ଲଗାଇ ବିଞ୍ଚଣା ପ୍ରସ୍ତୁତ କରୁଛନ୍ତି କାରିଗର । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ଲାଗିବା ପାଇଁ ଏହି ବିଞ୍ଚଣା ପ୍ରସ୍ତୁତି ଚାଲିଛି । ବଲାଙ୍ଗୀରର ବୈଇଯନ୍ତ୍ରୀ ପଡ଼ାରି କାରିଗର ମାନେ ରଥଯାତ୍ରାରେ ବ୍ୟବହାର ହେବା ପାଇଁ ବିଞ୍ଚଣା ପ୍ରସ୍ତୁତ କରିଛନ୍ତି । ଆସନ୍ତା ୨୦ ତାରିଖ ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ କାଳିଆ ସାଆନ୍ତେଙ୍କ ରଥଯାତ୍ରାରେ ବଲାଙ୍ଗୀରରୁ ଯାଉଛି ବିଞ୍ଚଣା ବା ହାତ ତିଆରି ବାଉଁଶ ହାତ ପଙ୍ଖା । ଏଥର ପ୍ରଥମ କରି ପୁରୀରେ କାମ କରୁଥିବା ପୋଲିସ, ଅଗ୍ନିଶମ, ସେବାୟତ ,ରେଡ଼କ୍ରସ କର୍ମଚାରୀଙ୍କ ବ୍ୟବହାର ପାଇଁ ୩ ହଜାର ବିଞ୍ଚଣା ବହୁ ଆଗରୁ ତିଆରି କରି ପଠାଯାଇଛି । ନିଜ ପରିଶ୍ରମ ପ୍ରଭୁଙ୍କ ସେବାରେ ସିଧାସଳଖ ନ ଲାଗିଲେ ମଧ୍ୟ କାମରେ ଆସିଥିବାରୁ ଧନ୍ୟ ମନେ କରିଛନ୍ତି କାରିଗର । ପୀଢ଼ି ପୀଢ଼ି ଧରି ଏହି ବାଉଁଶ କାମ କରୁଥିବାବେଳେ ଏଥର ଜଗନ୍ନାଥଙ୍କ କାମରେ ନିଜର ପରିଶ୍ରମ ଲାଗିପାରିବ ବୋଲି କାରିଗରମାନେ ଖୁବ ଖୁସି ଅଛନ୍ତି ।
ରଥଯାତ୍ରାରେ ଲାଗିବ ବଲାଙ୍ଗୀର ବିଞ୍ଚଣା । ମନପ୍ରାଣ ଦେଇ ବିଞ୍ଚଣା ପ୍ରସ୍ତୁତ କରୁଛନ୍ତି କାରିଗର ।
/kanak/media/post_attachments/wp-content/uploads/2023/06/10_00000-1.jpg)