କନକ ବ୍ୟୁରୋ : ଚାଲାଣବେଳେ କଲରାପତରିଆ ବାଘ ଛାଲ ଜବତ କଲା ବଲାଙ୍ଗୀର ବନ ବିଭାଗ । ବୌଦ୍ଧ ବନଖଣ୍ଡ କଂଟାମାଳ ବନାଞ୍ଚଳରେ ଚାଲାଣ ହେବାର ସୂଚନା ପାଇ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ନୀତେଶ କୁମାରଙ୍କ ଟିମ୍ ଚଢାଉ କରିଥିଲା ।
ତୁଷୁରା ଥାନା କୋଟଗାଁରେ ଚଢାଉ କରି ଗାଁର ମୁକେଶ ମନହିରାଙ୍କୁ ଗିରଫ କରି ପଚରା ଉଚରା ପରେ ବାଘ ଛାଲ ଚାଲାଣ ନେଇ ସୂଚନା ମିଳିଥିଲା । ଯାହାକୁ ଆଧାର କରି କଣ୍ଟାମାଳ ରେଞ୍ଜ ଫଟାମୁଣ୍ଡା ଗାଁରୁ ଏକ ପାଳଗଦା ଭିତରୁ ଚିତା ବାଘ ଛାଲ ପାଇଥିଲେ ବନ କର୍ମଚାରୀ । ବାଘ ଛାଲ ଚାଲାଣ ଅଭିଯୋଗରେ ସମ୍ପୃକ୍ତ ଗାଁର ଦିବ୍ୟଶଙ୍କର ବଗର୍ତିଙ୍କୁ ଗିରଫ କରାଯାଇଛି । କେସ ନଂ ୨୭୧ରେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବନବିଭାଗ ।