କନକ ବ୍ୟୁରୋ : ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ଘଟଣା । ଚତୁର୍ଥ ଦିନରେ ତଦନ୍ତ କରୁଛି ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତାଙ୍କ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । ଉଭୟଙ୍କ ପରିବାର ଲୋକଙ୍କୁ ପଚରାଉଚୁରା ଜାରି ରହିଛି । ତେବେ ଏହି ଘଟଣାରେ ଆହୁରି କେଉଁମାନଙ୍କର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ଖୋଳତାଡ କରିବ ।

Advertisment

ତେବେ ଆଜି ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ଆଲୋକ ଉଦଗାତା ଆଜି ରିମାଣ୍ଡରେ ଆସିପାରନ୍ତି । ଏବେ ବଲାଙ୍ଗୀର ସଦର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ ରହି ଅଧିକ ତଦନ୍ତ କରୁଛି । ଗତକାଲି ସୋମବାର ସାକ୍ଷୀ ଥିବା ଦୁଇ ଯୁବତୀଙ୍କ ବୟାନ ରେକର୍ଡ ସରିଛି । ରାଜ୍ୟ ବାହାରେ ଲିଙ୍କ୍ ଖୋଜୁଥିବା କ୍ରାଇମବ୍ରାଞ୍ଚ ଟିମ୍ ରିମାଣ୍ଡରେ ମନୋଜକୁ ଆଣିବା ପରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ସାମନାକୁ ଆସିବ । ବଲାଙ୍ଗୀର ପୁଲିସ ମଧ୍ୟ ଏହି ଟିମରେ ସାମିଲ ହୋଇ ଛାନଭିନ୍ କରୁଛି ।