କନକ ବ୍ୟୁରୋ: ରୋହିଣୀ ! ସ୍ୱର, ତାଳ, ଲୟର ଏକ ମନମୁଗ୍ଧ ରାଗିଣୀ । କିଏ କହୁଛି ଓଡିଶାର ରାନୁ ତ ଆଉ କିଏ କହୁଛି ବଲାଙ୍ଗିର ବଣମଲ୍ଲୀ । ସୋସିଆଲ ମିଡିଆରେ ସେନସେସନ ପାଲଟିଥିବା ରୋହିଣୀଙ୍କ ସଙ୍ଗୀତ ସମସ୍ତଙ୍କୁ ସମ୍ମୋହିତ କରୁଛି, ତାଙ୍କ ବାଜା ବଜାଇବାର ଶୈଳୀ ସମସ୍ତଙ୍କୁ ବାନ୍ଧି ରଖୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କର ଏହି ଗୀତ ଗାଇବାର ଭିଡିଓ ଯିଏ ଦେଖୁଛି ସିଏ ସାଲ୍ୟୁଟ୍ କରୁଛି । ଦୁନିଆ ଦେଖି ପାରୁନଥିବା ରୋହିଣୀକୁ ଏବେ ସାରା ଦୁନିଆ ଦେଖୁଛି ।
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଡଙ୍ଗରପଡା ଗାଁର ଦିବ୍ୟାଙ୍ଗ ଝିଅ ରୋହିଣୀ ଛୁରା । ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବା ରୋହିଣୀ ପିଲାଟି ବେଳୁ ସଂଗୀତ ପ୍ରତି ରୁଚି ରଖିଛନ୍ତି । ଭଗବାନ ତାଙ୍କ ଆଖିରେ ସିନା ଦେଖିବାର ଶକ୍ତି ଦେଇ ନାହାନ୍ତି ହେଲେ ତାଙ୍କ କଣ୍ଠରେ ସାକ୍ଷାତ ସରସ୍ୱତୀଙ୍କ ଆବିର୍ଭାବ କରାଇଛନ୍ତି । ସେଇଥିପାଇଁ ତ ରୋହିଣୀ ପିଲାଟି ବେଳୁ କବାଟ, ଖଟ, ବାସନ କୁସନ ଆଉ ଟିଣା ବଜାଇ ସୁନ୍ଦର ସ୍ୱର ଫୁଟାଇପାରନ୍ତି ।
ତେବେ କଲେଜ ପଢୁଥିବା ରୋହଣୀ ବିନା ଗୁରୁରେ ଏତେ ସବୁ ବିଦ୍ୟା ଆହରଣ କରିଛନ୍ତି । ରୋହିଣୀ ଖାଲି ଖଞ୍ଜଣି ବଜାନ୍ତିନି ବରଂ ହାରମୋନିୟମ, ତବଲା ବି ବଜାନ୍ତି ଆଉ ବାଜା ବଜାଇବା ସହ ସୁନ୍ଦର ଗୀତ ମଧ୍ୟ ବୋଲନ୍ତି । ତେବେ ସଂଗୀତ ଶିକ୍ଷା ପାଇଁ ତାଙ୍କର ଅନେକ ଆଗ୍ରହ ଥିବାବେଳେ ଆର୍ଥିକ ପରିସ୍ଥିତି ପାଇଁ ସେ ପଛଘୁଞ୍ଚା ଦେଉଛନ୍ତି । ଯଦି କିଛି ସରକାରୀ ସହାୟତା ମିଳନ୍ତା ସେ ଆଗକୁ ସଂଗୀତ ଶିଖି ରାଜ୍ୟର ନାଁ ରଖନ୍ତେ ବୋଲି ରୋହିଣୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/ROHINI_00000.png)
/kanak/media/post_attachments/wp-content/uploads/2019/09/Screen-Shot-2019-09-13-at-8.24.38-PM-300x188.png)
/kanak/media/post_attachments/wp-content/uploads/2019/09/Screen-Shot-2019-09-13-at-8.24.26-PM-300x187.png)