ବଲାଙ୍ଗିର : ଜଳ ସତ୍ୟାଗ୍ରହରୁ ଓହରିଲେ ବଲାଙ୍ଗିର ଆକ୍ସନ କମିଟି । ଲୋୟର ସୁକତେଲ ପ୍ରକଳ୍ପର କ୍ଷତିଗ୍ରସ୍ତଙ୍କୁ ୨୦୧୩ ପଲିସି ଅନୁସାରେ କ୍ଷତିପୂରଣ ଦାବି କରି କମିଟି ଏହି ସତ୍ୟାଗ୍ରହ ଆରମ୍ଭ କରିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଦାବି ନେଇ ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ସଚିବଙ୍କ ସହ ବୈଠକ ପାଇଁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ କମିଟି ଆନ୍ଦୋଳନକୁ ପ୍ରତ୍ୟାହାର କରିଛି । ଆସନ୍ତା ଅକ୍ଟୋବର ୧ ତାରିଖରେ କମିଟିର ପ୍ରତିନିଧି ଦଳ ସହ ସରକାର ଆଲୋଚନା କରିବେ ବୋଲି ଜିଲ୍ଲାପାଳ ଲିଖିତ ଭାବେ ଜଣାଇଛନ୍ତି । ସେପଟେ ୧ ତାରିଖ ଆଲୋଚନା ପରେ ଆକ୍ସନ କମିଟି ତାହାର ପରବର୍ତୀ ରଣନୀତି ସ୍ଥିର କରିବ ବୋଲି ସୂଚନା ଦେଇଛି ।
ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ସତ୍ୟାଗ୍ରହୀ : ଆସନ୍ତା ୧ରେ ମୁଖ୍ୟ ଶାସନ ସଚିବ ଓ ଜଳ ସଂପଦ ସଚିବଙ୍କ ସହ ହେବ ଆଲୋଚନା
/kanak/media/post_attachments/wp-content/uploads/2016/09/vlcsnap-2016-09-26-17h21m39s437.png)