ବଲାଙ୍ଗୀର ବନ୍ଧକ ଘଟଣାରେ ପର୍ଦ୍ଦାଫାଶ : ଅଭିଯୁକ୍ତ କହିଲା ଲଜ୍ଜିତ କି ଅନୁତପ୍ତ ନୁହେଁ, କେବଳ ଭୟଭୀତ କରିବାକୁ ଦେଖାଇଥିଲି ବନ୍ଧୁକ

561

କନକ ବ୍ୟୁରୋ : ବଲାଙ୍ଗିର ଶାନ୍ତିପଡ଼ାରେ ୩ଜଣଙ୍କୁ ବନ୍ଧକ ରଖିବା ଘଟଣାକୁ ନେଇ ପ୍ରେସମିଟ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ପ୍ରେମ ପାଇଁ ପରିବାରର ୩ଜଣଙ୍କୁ ବନ୍ଧକ ରଖିଥିବା ସୁଚନା ମିଳିଛି । ପ୍ରେମ ସମ୍ପର୍କ ପାଇଁ ଏଭଳି କାଣ୍ଡ ହୋଇଥିବା ନେଇ ସୁଚନା ଦେଇଛି ପୋଲିସ ।

ତେବେ ୩ଜଣଙ୍କ ବନ୍ଧକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ନେଇ ପୋଲିସ ସୁଚନା ଦେଇଛନ୍ତି । ହତ୍ୟା ନୁହେଁ ଭୟଭୀତ କରିବାକୁ ୩ଜଣଙ୍କୁ ବନ୍ଧକ ରଖିଥିବା ଅଭିଯୁକ୍ତ କହିଛି । ୨ଟି ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ବନ୍ଧୁକ କେଉଁଠୁ ଆଣିଥିଲା ତାହାର ତଦନ୍ତ ଚାଲିଛି । ବୌଦ୍ଧରୁ ବନ୍ଧୁକ ଆଣିଥିବା ସ୍ୱୀକାର କରିଛି ଅଭିଯୁକ୍ତ । ଏହି ଘଟଣା ପୋଲିସ ପାଇଁ ଚ୍ୟାଲେଂଜ ଥିଲା । ଆଜି ଅଭିଯୁକ୍ତ ବିକ୍ରମକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି ।