ଦୁର୍ନୀତି ବିରୋଧରେ ଜାରି ରହିଛି ନବୀନଙ୍କ ଜିରୋ ଟଲେରାନ୍ସ ନୀତି: ଲାଞ୍ଚ ନେଇ ଚାକିରିରୁ ବିଦା ହେଲେ ବୈପାରୀଗୁଡାର ସିଡିପିଓ

ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜରଙ୍କୁ ଲାଂଚ ମାଗୁଥିବାର ହୋଇଥିଲା ଅଭିଯୋଗ

1,300

କନକ ବ୍ୟୁରୋ: ସସପେଣ୍ଡ ହେଲେ ସିଡିପିଓ । ଲାଂଚ ମାଗିବା ଅଭିଯୋଗରେ ଆଜି ବୈପାରୀଗୁଡାର ସିଡିପିଓ ସୁରମା ମହାପାତ୍ରଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜରଙ୍କୁ ଲାଂଚ ମାଗିବା ଅଭିଯୋଗରେ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ତେବେ ଦୁର୍ନୀତି ବିରୋଧରେ ଜିରୋ ଟୋଲେରାନ୍ସ ନୀତି ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ନେଇ ଅଭିଯୋଗ ଆସୁଛି ସେମାନଙ୍କୁ ତୁରନ୍ତ ନିଲମ୍ବନ କରାଯାଉଛି ।

ଉଲ୍ଲେଖ ଥାଉ କି, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବିରୋଧରେ କଡ଼ା କଡା ଆଭିମୁଖ୍ୟ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ବିଭିନ୍ନ ବିଭାଗର ୩୬ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ କିଛି ଦିନ ତଳେ ୧୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଖାସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତିକୁ ଆହୁରି କଡ଼ାକଡ଼ି କରିଛନ୍ତି ନବୀନ । ଚଳିତ ମାସ ୧୩ ତାରିଖ ଦିନ ୫ ପ୍ରଧାନ ଶିକ୍ଷକ ଓ ୪ ଇଂଜିନିୟରଙ୍କ ସମେତ ୧୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ବରଖାସ୍ତ ହୋଇଥିବା ଅଧିକାରୀଙ୍କ ମଧ୍ୟରୁ ୫ ଜଣ ପ୍ରଧାନ ଶିକ୍ଷକ ହୋଇଥିବା ବେଳେ ୪ ଜଣ ଇଂଜିନିୟର , ୨ ଜଣ ରେଭେନ୍ୟୁ ଇନସପେକ୍ଟର, ଜଣେ ଫାର୍ମାଶିଷ୍ଟ, ଜଣେ ଅମୀନ , ଜଣେ ପଂଚାୟତ ଏଜ୍ୟୁକୁଟିଭ୍ ଅଫିସର ଏବଂ ୨ ଜଣ କିରାଣୀ ସାମିଲ ଥିଲେ। ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।