ଶରୀରର ଗନ୍ଧରୁ ଚିହ୍ନଟ କରିହେବ ମ୍ୟାଲେରିଆ ! ଜାଣି ରଖନ୍ତୁ ଏହି ସବୁ ଲକ୍ଷଣ ।

70
ଶରୀରର ଗନ୍ଧରୁ ଜାଣିପାରିବେ ମ୍ୟାଲେରିଆ ହୋଇଛି କି ନାହିଁ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ମଣିଷଙ୍କୁ ବିଭିନ୍ନ ପ୍ରକାରର ମାରାତ୍ମକ ଜ୍ୱର ହୋଇଥାଏ । ସେଥି ମଧ୍ୟରୁ ମ୍ୟାଲେରିଆ ହେଉଛି ଅନ୍ୟତମ । ଯାହା ହେବା ମାତ୍ରେ ମଣିଷ ରାତିରେ ଥଣ୍ଡା ଲାଗିବା କାରଣରୁ ଥରିବାକୁ ଲାଗିଥାଏ । ମଣିଷର ମାନସିକ ସନ୍ତୁଳନ ଠିକ ରହିନଥାଏ । ମ୍ୟାଲେରିଆ ହେଲେ ଏହି ଭଳି ବିଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥାଏ । କିନ୍ତୁ ବେଳେ ବେଳେ ଶରୀରରେ ମ୍ୟାଲେରିଆ ଥାଇ ମଧ୍ୟ କୌଣସି ଲକ୍ଷଣ ଦେଖିବାକୁ ମିଳିନଥାଏ । ସେଭଳି ପରିସ୍ଥିତିରେ ଆପଣ ଶରୀରର ଗନ୍ଧରୁ ମ୍ୟାଲେରିଆର ଉପସ୍ଥିତିକୁ ଧରିପାରିବେ । ମ୍ୟାଲେରିଆ ହେବା ମାତ୍ରେ ମଣିଷ ଶରୀରର ଗନ୍ଧ ବଦଳି ଯାଇଥାଏ । ମ୍ୟାଲେରିଆ ହୋଇଥିବା ବ୍ୟକ୍ତି ଆଡକୁ ମଶା ମାନେ ଅଧିକ ଆକର୍ଷିତ ହୋଇ ସେହି ବ୍ୟକ୍ତିକୁ ଅଧିକ କାମୁଡିଥାନ୍ତି । ଏହାର କାରଣ ହେଉଛି ମଣିଷ ଶରୀରର ବଦଳିଥିବା ଗନ୍ଧ । ଶରୀରରେ ଗନ୍ଧରେ ପରିବର୍ତ୍ତନ ଆସିବାରୁ ମଶା ମାନେ ଆକର୍ଷିତ ହୋଇଥାନ୍ତି ।
ପ୍ରୋସିଡିଙ୍ଗସ ଅଫ ଦି ନ୍ୟାସନାଲ ଏକାଡେମି ଅଫ ସାଇଂସେଜର ଅଧ୍ୟୟନ ମୁତାବକ ମ୍ୟାଲେରିଆ ହୋଇଛି କି ନାହିଁ ଜାଣିବା ପାଇଁ ରକ୍ତ ପରୀକ୍ଷା କରିବା ଜରୁରୀ ହୋଇଥାଏ । କିନ୍ତୁ ବେଳେ ବେଳେ ରକ୍ତ ପରୀକ୍ଷା ପରେ ମଧ୍ୟ ମ୍ୟାଲେରିଆ ସଂକ୍ରମଣ ହୋଇଛି କି ନାହିଁ ଜଣା ପଡିନଥାଏ । ଏପରି ପରିସ୍ଥିତିିରେ ଶରୀରର ଗନ୍ଧ ଏବଂ ମ୍ୟାଲେରିଆର ଲକ୍ଷଣ ଗୁଡିକୁ ଧ୍ୟାନରେ ରଖିବାକୁ ପଡିଥାଏ ।
ଆମେରିକାର ଏକ ମେଡିକାଲ ୟୁନିଭରସିଟିରେ ବିଶେଷଜ୍ଞ ମାନେ ମ୍ୟାଲେରିଆର ଲକ୍ଷଣ ଜାଣିବା ପାଇଁ ଏକ ମୂଷା ଉପରେ ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନରୁ ଜଣାପଡିଥିଲା ମ୍ୟାଲେରିଆ ହେବା ପରେ ମୂଷା ଶରୀରର ଗନ୍ଧ ବଦଳି ଯାଇଥିଲା । ଏବଂ ମ୍ୟାଲେରିଆ ହୋଇଥିବା ମୂଷା ପାଖକୁ ଅଧିକ ମଶା ଆକର୍ଷିତ ହେଉଛନ୍ତି । ଯଦି କେବେ କାହାକୁ ମ୍ୟାଲେରିଆ ହୁଏ ତେବେ ଆପଣ ଏହି ସବୁ ଲକ୍ଷଣରୁ ଜାଣିପାରିବେ ।