କନକ ବ୍ୟୁରୋ : ଟ୍ରେନ୍ ଟଏଲେଟରୁ ମିଳିଲା ଯୁବକଙ୍କ ମୃତଦେହ । ଭୁବନେଶ୍ୱର ଷ୍ଟେସନ ନିକଟରେ ରାଜାରାଣୀ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

Advertisment

ଗତକାଲି ରାତି ୧୨ଟା ବେଳେ ଏଭଳି ଅଘଟଣ ଘଟିଛି । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି ଜିଆରପି । ମୃତକଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।