ଭୁବନେଶ୍ୱର ଶ୍ରୀବିହାରରେ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ! ବିଷାକ୍ତ ଇଂଜେକସନ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ ।

ଭୁବନେଶ୍ୱର ଶ୍ରୀବିହାରରେ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ! ବିଷାକ୍ତ ଇଂଜେକସନ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ ।

source : Waldman Funeral Care

କନକ ବ୍ୟୁରୋ : ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଶ୍ରୀବିହାରରେ  ଚାଂଚଲ୍ୟ । ରହସ୍ୟଜନକ ଭାବେ ଭଡାଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଡାକ୍ତରାଣୀ ନାଁ ମନସ୍ୱିନୀ ବାରିକ ଓ ସେ ଏକ ଘରୋଇ ହସପିଟାଲରେ  କାମ କରୁଥିଲେ । ମୃତ ଡାକ୍ତରାଣୀଙ୍କ  ମୃତଦେହ ନିକଟରୁ  ଇଂଞ୍ଜେକସନ ସିରିଞ୍ଜ ପଡିଥିବା ଦେଖିବାକୁ ମିଳିଛି । ତେଣୁ ସେ ବିଷାକ୍ତ ଇଞ୍ଜେକସନ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲ ନିଆଯାଇଛି ।

publive-image

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଡାକ୍ତରଖାନାରେ ଡା. ମନସ୍ୱିନୀ ବାରିକ (୨୬ ବର୍ଷ)ନାମକ ଜଣେ ଡାକ୍ତରାଣୀ ଗେଷ୍ଟ ଡାକ୍ତରଭାବେ କାର‌୍ୟ୍ୟ କରୁଥିଲେ। ସେ ଶ୍ରୀବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ପ୍ରତିଦିନ ତାଙ୍କ ସମ୍ପୃକ୍ତ ଡାକ୍ତରଖାନାର ଗାଡ଼ି ଯାଇ ତାଙ୍କୁ ଡାକ୍ତରଖାନାକୁ ଆଣିଥାଏ। ଆଜି ସକାଳେ ଗାଡ଼ି ଯାଇଥିଲେ ମଧ୍ୟ ଡା. ବାରିକ ଘରର କବାଟ ଖୋଲି ନ ଥିଲେ। ଫଳରେ ଗାଡ଼ି ଫେରି ଆସିଥିଲା। ଘରର କବାଟ ଭିତରୁ ଦିଆଯାଇଥିବା ବେଳେ ଡାକ୍ତର ବାରିକ କବାଟ ନ ଖୋଲିବାରୁ ଡ଼ାକ୍ତରଖାନାର ଅନ୍ୟ କର୍ମଚାରମାନେ ଏ ସମ୍ପର୍କରେ ଅନୁସନ୍ଧାନ ପାଇଁ ପୁଣି ଥରେ ତାଙ୍କ ଭଡ଼ାଘରକୁ ଯାଇଥିଲେ।। ଝରକା ବାଟେ ଦେଖିବାରୁ ସେ ବେଡ୍ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଖବର ଦେଇଥଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶିଥିଲେ। ସେଠାରେ ଡା. ବାରିକ ମୃତଦେହ ପଡ଼ିଥିବା ଦେଖି ଏହାକୁ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଯାଲ ହସ୍ପିଟାଲକୁ ପଠାଇଛନ୍ତି। ଘଟଣାସ୍ଥଳରୁ ପୁଲିସ ଏକଇଞ୍ଜେକ୍ସନ ସିରିଞ୍ଜ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe