ଭୁବନେଶ୍ୱରରେ ପ୍ୟାରୀଙ୍କ ମରଶରୀର ! ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

22

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଂଚିଲା ପ୍ୟାରୀଙ୍କ ମରଶରୀର । ଅପରାହ୍ନ ସାଢ଼େ ଗୋଟାଏ ବେଳେ ତାଙ୍କ ପାର୍ଥିବ ଶରୀର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲା।ତେବେ ପ୍ୟାରୀଙ୍କ ଶେଷଦର୍ଶନ ପାଇଁ ସମର୍ଥକ ଓ ବହୁ ବରିଷ୍ଠ ନେତାଙ୍କ ଭିଡ ଜମିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦର ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପରେ ପରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଉଷା ପାଢ଼ୀ, ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ପାଣିଗ୍ରାହୀ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ବିଜେଡି ମୁଖପାତ୍ର ସୂର୍ୟ୍ୟପାତ୍ର ଓ ପୂର୍ବତନ ନେତା ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଥିଲେ।ତେବେ ତାଙ୍କ ମହ ଶରୀରରକୁ ସହିଦ ନଗର ସ୍ଥିତ ବାସଭବନରେ ରଖାଯିବ ଏବଂ ସନ୍ଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।