କନକ ବ୍ୟୁରୋ : ଭୁବନେଶ୍ୱରରେ ଚାଂଚଲ୍ୟ । ଫ୍ୟାନରେ ଲୁଗା ଲଗାଇ ଝୁଲି ପଡିଲେ ଓୟୁଏଟି ମହିଳା ପ୍ରଫେସର । ପ୍ରଫେସରଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳା ପ୍ରଫେସର ହେଉଛନ୍ତି ଦେବୀପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନା । ସୂଚନା ଅନୁସାରେ ଉଭୟ ପତିପତ୍ନୀ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି । ଏବଂ ସେମାନେ ବିଶ୍ୱବିଦ୍ୟାଳୟର କ୍ୱାର୍ଟର୍ସରେ ରୁହନ୍ତି ।

Advertisment

କିନ୍ତୁ ବିଳମ୍ବିତ ରାତିରେ ବେକରେ ଏକ ଲୁଗା ଲଗାଇ ବାସନ୍ତୀ ଫ୍ୟାନରେ ଝୁଲି ପଡି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କିନ୍ତୁ କେଉଁ କାରଣ ଯୋଗଁ ସେ ଏମିତି ଚରମ ନିଷ୍ପତି ନେଲେ ତାହା ଜଣାପଡିନାହିଁ । ଏହା ପଛରେ ପାରିବାରିକ ଅଶାନ୍ତି କାରଣ ହୋଇଥାଏପାରେ ବୋଲି ସନ୍ଦେହ କରାଯାଉଛି । ପୁଲିସ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ । ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ପଂଚନାମ ଓ ପ୍ରାଥମିକ ଅନୁସନ୍ଧାନ ପରେ ଶବବ୍ୟବଛେଦ କରାଯିବ । ଏହି ଖବର ଜଣାପଡିବା ପରେ ଓୟୁଏଟିର ଏକାଧିକ ଅଧ୍ୟାପକ, କର୍ମଚାରୀ ହସ୍ପିଟାଲରେ ପହଁଚିଥିଲେ ।