କନକ ବ୍ୟୁରୋ : କେରଳରେ ଫସି ରହିଛି ଓଡ଼ିଆ ଶ୍ରମିକଙ୍କ ମୃତଦେହ । ୧୦ଦିନ ହେବ ପରିବାରକୁ ଶବ ହସ୍ତାନ୍ତର କରୁନି ଘରୋଇ ମେଡିକାଲ । ପୁରୀ କୃଷ୍ଣପ୍ରସାଦ ସାନଅଁଳ ଗାଁର ସଞ୍ଜୟ ସିଂ କେରଳରେ ଶ୍ରମିକ ଭାବେ କାମ କରୁଥିଲେ । ଜ୍ୱର ହେବା ପରେ ସଞ୍ଜୟ କେରଳର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ତେବେ ସଞ୍ଜୟଙ୍କ ମୃତ୍ୟୁକୁ ୧୦ ଦିନ ବିତିଥିଲେ ମଧ୍ୟ ଘରୋଇ ହସ୍ପିଟାଲ ପକ୍ଷରୁ ପରିବାରକୁ ଶବ ହସ୍ଥାନ୍ତର କରାଯାଇ ନାହିଁ । ପଇସା ନଦେବାରୁ ଶବ ଛଡାଯାଉନଥିବା ଅଭିଯୋଗ ହୋଇଛି ।