କନକ ବ୍ୟୁରୋ : ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । କଳାହାଣ୍ଡି ନର୍ଲା ଥାନା ଖାଇଚିଆ ଗାଁର ନାବାଳିକା ଗତ ୧୯ତାରିଖଠାରୁ ନିଖୋଜ ଥିଲେ । ଗତକାଲି ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ପରିବାର ଲୋକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।
ତେବେ, ପୁଲିସ ଏନେଇ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ନାବାଳିକା ଜଣଙ୍କ ପ୍ରେମ ସଂପର୍କକୁ ନେଇ ଘର ଛାଡି ଚାଲିଯାଇଥିଲେ । ପ୍ରେମିକ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ପରିବାର ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-26-12h41m18s711.png)