କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ଦୟାନଦୀରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ଟିମ୍ । ଉଦ୍ଧାର ପାଇଁ ସକାଳୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଅଗ୍ନିଶମ ବାହିନୀର ସ୍କୁବା ଡାଇଭରମାନେ ସ୍ୱତନ୍ତ୍ର ବୋଟ ଯୋଗେ ଆଜି ଖୋଜାଖୋଜି ଚଳାଇଥିଲା । କିଛି ସମୟ ପରେ ନଦୀର ଏକ ପାର୍ଶ୍ୱରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ଅପରାହ୍ଣରେ ୪ ଜଣ ନାବାଳକ ଦୟାନଦୀକୁ ଗାଧୋଇବାକୁ ଆସିଥିଲେ ।

Advertisment

ଗାଧୋଇବା ସହ ଆକ୍ୱାରିୟମ ପାଇଁ ମାଛ ଧରୁଥିଲେ । ହେଲେ ହଠାତ ନଦୀ ଭିତରକୁ ପଶି ଯାଇଥିଲେ ଜଣେ ନାବାଳକ । ଚାହୁଁ ଚାହୁଁ ନିଖୋଜ ହୋଇ ଯାଇଥିଲେ । ନିଖୋଜ ନାବାଳକ ଜଣଙ୍କ ଇନ୍ଦିରା କଲୋନୀର ସୁମିତେନ୍ଦ୍ର ସାହୁ । ସୁମିତେନ୍ଦ୍ରଙ୍କୁ ଉଦ୍ଧାର କରିବା ପାଇଁ ରାତିରେ ଜୋରଦାର ଉଦ୍ୟମ ଚଳାଇଥିଲେ ଅଗ୍ନିଶମ ବାହିନୀର ସ୍କୁବା ଡାଇଭର । ଦୀର୍ଘ ସମୟ ଧରି ଅପରେସନ୍ ଚାଲିଥିବା ବେଳେ ଅନ୍ଧାର ବାଧକ ସାଜିଥିଲା । ରାତି ଯୋଗୁଁ ଅଧାରେ ଉଦ୍ଧାର କାର୍ଯ୍ୟ ଅଟକିଥିଲା ।