କନକ ବ୍ୟୁରୋ : ଦୁଇ ଥାନା ମଧ୍ୟରେ ସୀମା ବିବାଦ ଯୋଗୁ ନଦୀରେ ପଡିରହିଲା ମୃତଦେହ । ସରକାର ପ୍ରତି ଥାନା ପାଇଁ ସୀମା ନିର୍ଦ୍ଧାରଣ କରିଛନ୍ତି । କେନ୍ଦୁଝର ଜିଲ୍ଲା ବାମେବାରୀ ଓ ନାୟକୋଟ ଥାନା ମଧ୍ୟରେ ସୀମା ବିବାଦ ଯୋଗୁ ଏଭଳି ସ୍ଥତି ଉପୁଜିଛି । ଦୁଇ ଦିନ ତଳେ ସ୍ଥାନୀୟ ବସନ୍ତପୁର ପାଖ ନଦୀ କୂଳରେ ଏକ ଗଛରେ ଏକ ଅଜଣା ମହିଳାଙ୍କ ମୃତ ଦେହ ଲାଖି ରହିଥିଲା । କିନ୍ତୁ ଦୁଇ ଥାନା ମଧ୍ୟରେ ବିବାଦ ଯୋଗୁ କେହି ଶବ ପାଖକୁ ଯାଇନଥିଲେ । ପରେ ଉଭୟ ଅଂଚଳର ରାଜସ୍ୱ ନିରିକ୍ଷକ ଓ ଭଭୟ ଥାନାର ଅଧିକାରୀ କ୍ଷେତ୍ର ନିରୁପଣ କରିଥିଲେ । ପରେ ନୟାକୋର୍ଟ ଥାନା ପୁଲିସ ଶେଷର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତିି । ତେବେ ଥାନା ମଧ୍ୟରେ ବିବାଦକୁ ନେଇ ଶବ ନଉଠାଇବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।