ଭୁବନେଶ୍ୱର ଉପକଣ୍ଠ କୁଆଖାଇ ପଠାରେ ଠାବ ହେଲା ଅଜଣା ମୃତଦେହ : ହତ୍ୟା କରି ବାଲିରେ ପୋତିଦେଇଥିବା ସନ୍ଦେହ

322

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ କୁଆଖାଇ ପଠାରେ ଠାବ ହୋଇ ହୋଇଛି ଅଜଣା ମୃତଦେହ । ମଂଚେଶ୍ୱର ଥାନା ଅଂଚଳର ବରିମୁଣ୍ଡ ଛକ ନିକଟ ବାଲିଯାତ୍ରା ପଡିଆ କୁଆଖାଇ ପଠା ବାଲିରେ ଗୋଟିଏ ମୃତଦେହ ପୋତା ହୋଇଥିବା ଦେଖିଥିଲେ ସ୍ଥାନୀୟ ଲୋକ । ନଈପଠା ବାଲିରେ ପୋତା ଦୋଇଥିବା ମୃତଦେହର ହାତ ଗୋଡ ବାହାରକୁ ଦେଖାଯାଉଛି ।

ଏନେଇ କମିଶନରେଟ ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ମଂଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଆଜି ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ମିଳିଛି ।