ଶବକୁ ମିଳିଲାନି କାନ୍ଧ : ବାଇକରେ ବୁହାହେଲା ମୃତଦେହ; ନୟାଗଡ଼ରେ ଦେଖିବାକୁ ମିଳିଲା ଅଭାବନୀୟ ଚିତ୍ର 

122

କନକ ବ୍ୟୁରୋ : ସାମ୍ନାକୁ ଆସିଲା କରୋନାର କରୁଣ ଚିତ୍ର । ଶବକୁ ମିଳିଲାନି ଚାରିକାନ୍ଧ । ବାଇକରେ ବୁହାହେଲା ମୃତଦେହ । ନୟାଗଡ଼ରେ ଦେଖିବାକୁ ମିଳିଛି ଏଭଳି ବିକଳ ଚିତ୍ର । ସଂକ୍ରମଣ ଭୟରେ ଗାଁ ଲୋକେ ଓ ସାହି ପଡ଼ିଶା ଲୋକ କାନ୍ଧ ନନେବାରୁ ବାଇକରେ ସ୍ମଶାନ ଯାଏଁ ନେଇଛନ୍ତି ସମ୍ପର୍କୀୟ । ରାଜ୍ୟ ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ମହାମାରୀ ଭିତରେ ଏଭଳି କରୁଣ ଚିତ୍ର ନୟାଗଡ଼ରୁ ଆସିଛି । ମୃତ୍ୟୁ ପରେ କେଉଁଠି ଘଂଟା ଘଂଟା ଧରି ମୃତ ଦେହ ପଡ଼ି ରହୁଛି ତ ପୁଣି କେଉଁଠି ସଂସ୍କାର ପାଇଁ କାନ୍ଧ ମିଳୁନି ।