ସମ୍ବଲପୁର କିସିଣ୍ଡା ଗାଁରୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ଖଟରେ ଖୋଇଥିବା ଅବସ୍ଥାରେ ମିଳିଲା ମୃତଦେହ 

66

କନକ ବ୍ୟୁରୋ : ସମ୍ବଲପୁର କିସିଣ୍ଡା ଗାଁରେ ଏକ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସଂଦେହ କରାଯାଉଛି । ମୃତ ମହିଳାଙ୍କ ନାଁ ସୁଜାତା ପଟେଲଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡିଛି । ଝିଅ ଉତ୍କଳିକା ପଟେଲଙ୍କ ବୟସ ୧୪ ବର୍ଷ ।

ଦୁଇ ତଳେ ସୁଜାତାଙ୍କ ସ୍ୱାମୀ କିଶୋର ପଟେଲ କୌଣସି କାର୍ଯ୍ୟରେ ସୁନ୍ଦରଗଡ଼ ଯାଇଥିଲେ । ଘରକୁ ଫେରି କବାଟ ଖୋଲିବା ପରେ ଘରୁ ଗନ୍ଧ ବାହାରୁଥିଲା । ଘରେ ମାଆ-ଝିଅଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ମୃତଦେହ ଉପରେ ବେଡସିଟ୍ ଘୋଡା ହୋଇଥିଲା । ଏ ନେଇ ଖବର ପାଇବା ପରେ ତନାଘନା ଆରମ୍ଭ କରିଛି କିସିଣ୍ଡା ଥାନା ପୁଲିସ ।