କନକ ବ୍ୟୁରୋ: ମୋହନା ଥାନା ବନ୍ଧାଗୁଡ଼ା କ୍ରସର ନିକଟରେ ପଥର ବ୍ଲାଷ୍ଟିଙ୍ଗ ବେଳେ ଚାପି ହୋଇ ଜୀବନ ଯାଇଥିବା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତହସିଲଦାର, ପୋଲିସ ଓ ଅଗ୍ନିଶମ ବାହିନୀର ଉପସ୍ଥିତିରେ ଜେସିବି ସାହାଯ୍ୟରେ ପଥର ବାହାର କରି ମୃତଦେହ ଉଦ୍ଧାର କରାଯାଇଛି ।

Advertisment

ମୃତ ଦୁଇ ଶ୍ରମିକ ହେଲେ ମାମୁଁ, ଭଣଜା । ମୃତକଙ୍କ ଘର ଗଂଜାମ ଜିଲ୍ଲା ରମ୍ଭା ଥାନା ଝରେଡ଼ି ରାଧା ଗୋବିନ୍ଦପୁର ଗାଁରେ । ଶୁକ୍ରବାର ଦିନ କ୍ରସର ନିକଟରେ ଥିବା ପଥର କୁଆଁରିରେ ବ୍ଲାଷ୍ଟିଂ ଚାଲିଥିଲା । ଏହି ସମୟରେ ଉଭୟ ମାମୁଁ ଭଣଜା ଏକ ବଡ଼ ପଥର ପଛପଟେ ବସି ବ୍ଲାଷ୍ଟି ପରିଚାଳନା କରୁଥିଲେ । ହଠାତ୍ ଏକ ବିଶାଳ ପଥର ପଡ଼ି ୨ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ବିଳମ୍ବିତ ରାତିରେ ଘଟଣା ସ୍ଥଳରେ ତହସିଲାର, ଥାନା ଅଧିକାରୀ, ପୋଲିସ ଟିମ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ପାହାଡ଼ ଉପରେ ଏହି ଦୁର୍ଘଟଣା ହୋଇଥିବାରୁ ଦୁଇ ଜଣଙ୍କ ଖଣ୍ଡ ବିଖଣ୍ଡ ଶରୀର ପ୍ରଶାସନ ପାଇଁ ଉଦ୍ଧାର କରିବା କଷ୍ଟକର ହୋଇଥିଲା ।