କନକ ବ୍ୟୁରୋ : ବାଙ୍କୀ ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଗ୍ରାମବାସୀ ତରବରିଆ ଭାବେ ପୋଡ଼ିବାକୁ ନେଉଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି ପୋଲିସ । ଶବ ବ୍ୟବଚ୍ଛେଦ ପରେ ସାମ୍ନାକୁ ଆସିବ ସତ । ମୃତ ଦମ୍ପତି ୭ ମାସ ତଳେ ବିବାହ କରିଥିଲେ । ହେଲେ କେଉଁ କାରଣ ପାଇଁ ଦୁହେଁ ଆତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

Advertisment

ଘର ଭିତରୁ ଉଦ୍ଧାର ହୋଇଛି ନବଦମ୍ପତିଙ୍କ ମୃତଦେହ । ମୃତ ଦୁଇ ଜଣ ହେଲେ ଧରଣୀଧର ସାହୁ ଓ ନିରୁପମା ସାହୁ । ଧରଣୀଧର ଭୁବନେଶ୍ୱରରେ ଏକ ମିଠା ଦୋକାନ ଦେଇଥିବା ବେଳେ ଗତକାଲି ସେ ଗାଁକୁ ଆସିଥିଲେ । ଆଜି ଉଭୟ ସ୍ୱାମୀ ଓ ସ୍ତ୍ରୀ ନିଜ ଶୋଇବା ଘର ଭିତରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟାରେ କାରଣ ଏବେ ବି ଅସ୍ପଷ୍ଟ ରହିଛି ।