ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀକୁ କଟୁରୀରେ ହାଣି ଆତ୍ମହତ୍ୟା କଲା ସ୍ୱାମୀ

202

କନକ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ କଟୁରୀରେ ହାଣି ଆତ୍ମହତ୍ୟା କଲା ସ୍ୱାମୀ । ଭଦ୍ରକ ଜିଲ୍ଲାର ଧାମନଗର ଥାନା ମୁଲଣା ସାହି ଗାଁରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ରାତିରେ ପାରିବାରିକ କଳହ ଯୋଗୁଁ ଭାସ୍କର ସାମଲ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ସସ୍ମିତାକୁ ଶୋଇବା ଅବସ୍ଥାରେ ହାଣି ହତ୍ୟା କରିବା ପରେ ନିଜେ ଗାଁ ପାଖ ବିଲରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛି । ଗ୍ରାମବାସୀମାନେ ଘଟଣା ନେଇ ଜାଣି ଧାମନଗର ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।