ଭାରତ ଅଣାଯାଉଛି କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଜଣଙ୍କ ମୃତଦେହ । ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ ।

1,667

କନକ ବ୍ୟୁରୋ: ଭାରତ ଆସୁଛି କୁଏତ ଅଗ୍ନିକାଣ୍ଡର ୪୫ ଜଣ ମୃତକଙ୍କ ଶରୀର । ଗତକାଲି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ମୃତକଙ୍କ ଶରୀରକୁ ଭାରତ ଅଣାଯାଉଛି । ଆଜି ଏହି ବିମାନ ଆସି କେରଳରେ ପହଂଚିବ । ଏଥିପାଇଁ କେରଳ ବିମାନବନ୍ଦରରେ ଅନେକ ଗୁଡିଏ ଆମ୍ବୁଲାନ୍ସ ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଛି । କୁଏତ ମାଙ୍ଗଫରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ୪୫ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ସମସ୍ତେ ଶ୍ରମିକ ଭାବେ ସେଠାରେ କାମ କରୁଥିଲେ । ମୃତକଙ୍କ ମଧ୍ୟରେ ୨ ଜଣ ଓଡିଶାର ଥିବା ଜଣାପଡିଛି ।