କନକ ବ୍ୟୁରୋ: ଅନୁଗୁଳରେ ଚାଞ୍ଚଲ୍ୟ । କୂଅରୁ ଉଦ୍ଧାର ହୋଇଛି ୩ ମାସର ଯାଆଁଳ ଶିଶୁର ମୃତଦେହ । ଅନୁଗୁଳ ବସଲା ପଞ୍ଚାୟତ ମୁଣ୍ଡାଢିପ ସାହିରେ ଏହି ଘଟଣା ଘଟିଛି । ମୁଣ୍ଡାଢିପ ସାହିର ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ଶିଶୁ କନ୍ୟା ଓ ଶିଶୁ ପୁତ୍ରର ମୃତଦେହ ଘର ପଛପଟ କୂଅ ଭିତରେ ଠାବ ହୋଇଛି ।
ସୂଚନା ଅନୁସାରେ, ତପସ୍ୱୀନି କୌଣସି କାମରେ ପଡିଶା ଘରକୁ ଯାଇଥିଲେ । କିଛି ସମୟ ପରେ ଆସି ଦେଖିଲାବେଳେ ଦୁଇ ଶିଶୁ ନଥିଲେ । ପରେ ଏନେଇ ଖୋଜାଖୋଜି କରିବା ପରେ ଘର ପଛ କୂଅ ଭିତରେ ଜଣେ ଶିଶୁର ମୃତଦେହ ଭାସୁଥିଲା । ପରେ ସେହି କୂଆ ଭିତରୁ ଅନ୍ୟ ଜଣେ ଶିଶୁର ମୃତଦେହ ମିଳିଥିଲା । ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେଣୁ ସଂପୃକ୍ତ ଦୁଇ ଶିଶୁଙ୍କୁ ହତ୍ୟା ପରେ କୂଅରେ ପିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି ।
ମୃତ ଶିଶୁଙ୍କ ପରିବାର ଲୋକ ମଧ୍ୟ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତ ଦୁଇ ଶିଶୁ ଯାଆଁଳା ବୋଲି ଜଣାପଡିଛି । ପୁଅର ନାଁ ସାଇ ହୋଇଥିବାବେଳେ ଝିଅର ନା ଶ୍ରଦ୍ଧା ବୋଲି ଜଣାପଡିଛି । ବିବାହର ୧୦ ବର୍ଷ ପରେ ସୁନୀଲ ଓ ତପସ୍ୱିନୀଙ୍କ ଯାଅଁଳା ଶିଶୁ ଜନ୍ମ ନେଇଥିଲେ । କିଏ ଓ କାହିଁକି ଦୁଇ ଶିଶୁଙ୍କୁ କୂଅକୁ ଫିଙ୍ଗିଲା ତାହା ସନ୍ଦେହ ଘେରକୁ ଆସିଛି । ପୁଲିସ ଘଟଣାର ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/01/4-26.jpg)