ଗଙ୍ଗାରେ ଭାସୁଛି ଶବ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ, ସଂକ୍ରମିତ ହୋଇପାରେ କି ନଦୀ ଜଳ?

196

କନକ ବ୍ୟୁରୋ :ଗତ ଦୁଇଦିନ ମଧ୍ୟରେ ଉତ୍ତରପ୍ରଦେଶ ଓ ବିହାରରେ ଗଙ୍ଗାରୁ ୭୦ରୁ ଅଧିକ ମୃତଦେହ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର କରାଯ଼ାଇଛି । ତେବେ ଗଙ୍ଗାନଦୀରେ ଶବ ଭାସିବା ଦ୍ୱାରା ଉଭୟ ଉତ୍ତରପ୍ରଦେଶ ଓ ବିହାରରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ନଦୀରେ କୋରନା ରୋଗୀଙ୍କ ମୃତଦେହ ଭାସିବା ଦ୍ୱାରା ନଦୀ ଜଳ ସଂକ୍ରମିତ ହୋଇଥିବା ଆଶଙ୍କା କରାଯ଼ାଉଛି । ଗଙ୍ଗାନଦୀରେ ଶବ ଭାସିବା ଦ୍ୱାରା ଉଭୟ ଉତ୍ତରପ୍ରଦେଶ ଓ ବିହାରରେ ଆତଙ୍କ ସୃଷ୍ଟି ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ନଦୀ ଦଳ ଦ୍ୱାରା କଣ କରୋନା ଭୁତାଣୁ ବ୍ୟାପିପାରିବ ? ଆଉ ଏକ ପ୍ରଶ୍ନ ହେଉଛି କଣ ମୃତଦେହ ମାଧ୍ୟମରେ କରୋନା ଭୁତାଣୁ ବ୍ୟାପିପାରିବ ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ଅନ୍ୟ କେତେକ ବିଶେଷଜ୍ଞ ସଂସ୍ଥାଙ୍କ କହିବା ଅନୁସାରେ କରୋନା ଭୁତାଣୁ ମୁଖ୍ୟତଃ ଡ୍ରପଲେଟ ଆକାରରେ ଉଡ଼ି ଲୋକମାନଙ୍କୁ ଆକ୍ରାନ୍ତ କରିଥାଏ । ଜଣେ ଆକ୍ରାନ୍ତ ବ୍ୟକ୍ତି ଛିଙ୍କିବା, କାଶିବା ଦ୍ବାରା ଡ୍ରପଲେଟ ବାହାରି ନିକଟରେ ଥିବା ବ୍ୟକ୍ତିମାନଙ୍କୁ ସଂକ୍ରମିତ କରିଥାଏ । କିନ୍ତୁ ଏହି ଭୁତାଣୁ ଜଳ ମାଧ୍ୟମରେ ବ୍ୟାପୁଥିବାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ । ଏଣୁ ପ୍ରବାହମାନ ନଦୀ ଦଳ ଦ୍ବାରା କରୋନା ବ୍ୟାପିବାର ସମ୍ଭାବନା କମ ।

ଅନ୍ୟପକ୍ଷରେ ମୃତଦେହରୁ କରୋନା ବ୍ୟାପିବା ନେଇ ମଧ୍ୟ କୌଣସି ପ୍ରମାଣ ମିଳିନାହିଁ । ତେବେ ସଂକ୍ରମିତଙ୍କ ମୃତଦେହକୁ ସୁରକ୍ଷିତ ଭାବେ ପିପିଇ କିଟ୍ ପିନ୍ଧି ସଂସ୍କାର କରିବାକୁ ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଜାରି କରିଛି । ଏହି ଗାଇଡଲାଇନ ଅନୁସାରେ ଭାରତରେ ସତର୍କତାର ସହ କରୋନା ଆକ୍ରାନ୍ତଙ୍କ ଶବସଂସ୍କାର ହେଉଛି ।