କନକ ବ୍ୟୁରୋ: ଚିଲିକାରେ ପୁଣି ଅଘଟଣ । ଯାତ୍ରୀ ନେଇ ଯାଉଥିବାବେଳେ ଚିଲିକା ମଝିରେ ଡଙ୍ଗା ଫଶିଯାଇଛି । ଏଥିରେ ୪୦ରୁ ଅଧିକ ଯାତ୍ରୀ ଯାଉଥିବା ଜଣାପଡିଛି ।
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସାତପଡା ଚିଲିକାରେ ଫସି ରହିଛି ଯାତ୍ରୀବାହି ଡଙ୍ଗା । ଏହି ଡଙ୍ଗାରେ ୪୦ରୁ ଅଧିକ ଯାତ୍ରୀ ଥିବା ବେଳେ ଏଥିରେ ୧୫ବାଇକ ରହିଥିବା ସୂଚନା ମିଳିଛି । ଚିଲିକା ମଝିରେ ଡଙ୍ଗାର ମେସିନ ଖରାପ ହୋଇଯିବା ଫଳରେ ମଝି ଚିଲିକାରେ ଅଟକି ରହିଛି ଯାତ୍ରୀବାହୀ ଡଙ୍ଗା । ସାତପଡାରୁ ଜହ୍ନିକୁଦା ଯାଉଥିବା ବେଳେ ମଝି ଚିଲିକାରେ ଏହି ଡଙ୍ଗାଟି ଫସିରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/46-9.jpg)