କନକ ବ୍ୟୁରୋ: ଚିଲିକାରେ ବନ୍ଦ ହେଲା ଡଙ୍ଗା ଚଳାଚଳ । ବାତ୍ୟା ଭୟ ଟଳିଯାଇଛି ହେଲେ ହେବାକୁ ଥିବା ବର୍ଷା ଯୋଗୁ ପ୍ରଶାସନ ପକ୍ଷରୁ ନିଆଯାଉଛି ପଦକ୍ଷେପ । ପାଗରେ ପରିବର୍ତନ ଯୋଗୁ ଚିଲିକାରେ ସମସ୍ତ ଯାତ୍ରୀବାହୀ ଡଙ୍ଗା ଉପରେ ରୋକ୍ ଲଗାଯାଇଛି । ପୁରୀ ଜିଳ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ କିଛି ଦିନ ଯାଏ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରହିବ । ଏନେଇ ଆଜି ସକାଳୁ ସକାଳୁ ଡଙ୍ଗାରେ ଯିବାକୁ ବାହାରିଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶହଶହ ଯାତ୍ରୀ ନିରାଶ ହୋଇ ଚିଲିକା କୂଳରୁ ଫେରିଆସିଛନ୍ତି ।
ଚିଲିକାରେ ବନ୍ଦ ହେଲା ଡଙ୍ଗା ଚଳାଚଳ । ପାଗରେ ପରିବର୍ତ୍ତନ ଯୋଗୁ ଯାତ୍ରୀବାହୀ ଡଙ୍ଗା ବାତିଲ ।
/kanak/media/post_attachments/wp-content/uploads/2022/10/14-12.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)